ଆପଣଙ୍କ ପ୍ରଶ୍ନ
ପ୍ରାଚୀନ ବାବିଲରେ ଯେଉଁ ଇଟାଗୁଡ଼ିକମିଳିଲା ଓ ତାହା ଯେପରି ଭାବେ ତିଆରି କରାଯାଉଥିଲା, ସେଥିରୁ କିପରି ଜଣାପଡ଼େ ଯେ ବାଇବଲରେ ଲେଖା କଥାଗୁଡ଼ିକ ସତ୍ୟ ଅଟେ ?
ଅନୁସନ୍ଧାନ କରୁଥିବା ଲୋକମାନଙ୍କୁ ଖଦନ କରି ଏପରି ଲକ୍ଷ ଲକ୍ଷ ଇଟା ମିଳିଲା, ଯାହା ବାବିଲ ସହର ତିଆରି କରିବା ପାଇଁ ବ୍ୟବହାର କରାଯାଇଥିଲା । ଅନୁସନ୍ଧାନକାରୀ ରୋବର୍ଟ କାଲ୍ଡୱି କହନ୍ତି ଯେ ଏପରି ଇଟାଗୁଡ଼ିକୁ ଭାଟିରେ ପଡ଼ା ଯାଉଥିଲା, ଏହି ଭାଟିଗୁଡ଼ିକ ‘ସହର ବାହାରେ ଥିଲା, କାରଣ ସେଠାର ମାଟି ବି ଭଲ ରହୁଥିଲା ଓ ନିଆଁ ଜଳାଇବା ପାଇଁ କାଠଗୁଡ଼ିକ ବି ମିଳିଯାଉଥିଲା ।’
ଅନୁସନ୍ଧାନକାରୀମାନଙ୍କୁ ପ୍ରମାଣ ମିଳିଛି ଯେ ବାବିଲର ଅଧିକାରୀମାନେ ଏହି ଭାଟିଗୁଡ଼ିକର ବ୍ୟବହାର ଏପରି ଭୟଙ୍କର କାମଗୁଡ଼ିକ ପାଇଁ ବି କରୁଥିଲେ, ଯାହା ବିଷୟରେ ଆମେ ଭାବି ବି ନ ଥିବା । ଟୋରଣ୍ଟୋ ବିଶ୍ୱ ବିଦ୍ୟାଳୟର ପ୍ରୋଫେସର ପୋଲ୍-ଓଲାଁ ବୋୟଲୁ ଯିଏ ପ୍ରାଚୀନ ଅଶୂରର ଇତିହାସ ଓ ଭାଷାଗୁଡ଼ିକର ଭଲ ଜ୍ଞାନ ରଖନ୍ତି, ସେ କହନ୍ତି, ‘ବାବିଲର ଏପରି ଅନେକ ଜିନିଷ ମିଳିଛି ଯେଉଁଥିରେ ଲେଖାଅଛି, ଯେଉଁମାନେ ରାଜାଙ୍କ କଥା ମାନୁ ନ ଥିଲେ କିମ୍ବା ପବିତ୍ର ଜିନିଷଗୁଡ଼ିକର ଆଦର କରୁ ନ ଥିଲେ, ସେମାନଙ୍କୁ ରାଜାଙ୍କ ଆଦେଶ ଅନୁସାରେ ଜ୍ୱଳନ୍ତ ଭାଟିରେ ଫିଙ୍ଗି ଦିଆଯାଉଥିଲା ।’ ଉଦାହରଣ ପାଇଁ, ଅନୁସନ୍ଧାନକାରୀମାନଙ୍କୁ ରାଜା ନବୂଖଦ୍ନିତ୍ସରଙ୍କ ସମୟର ଏହି ଲିଖିତ ଆଦେଶ ମିଳିଲା, “ଏମାନଙ୍କୁ ମାରିଦିଅ, ଜଳାଇ ଦିଅ, ନିଆଁରେ ଫିଙ୍ଗି ଦିଅ . . . ଭାଟିରେ ଫିଙ୍ଗି ଦିଅ . . . ଭସ୍ମ କରିଦିଅ, ଜ୍ୱଳନ୍ତ ନିଆଁରେ ଜାଳି ପାଉଁଶ କରିଦିଅ ।”
ଏଥିରୁ ହୁଏତ କିଛି ଲୋକମାନଙ୍କୁ ସେହି ଘଟଣା ମନେପଡ଼ିବ, ଯାହା ବାଇବଲର ଦାନିୟେଲ ବହିର ୩ ଅଧ୍ୟାୟରେ ଲେଖାଅଛି । ସେଠାରେ ଲେଖାଅଛି ଯେ ରାଜା ନବୂଖଦ୍ନିତ୍ସର ବାବିଲ ସହରର ବାହାରେ ଥିବା ଦୂରା ନାମକ ଗୋଟିଏ ପଡ଼ିଆରେ ସୁନାର ବଡ଼ ମୂର୍ତ୍ତି ତିଆରି କରାଇଲେ ଓ ଲୋକମାନଙ୍କୁ ତାକୁ ପୂଜା କରିବା ପାଇଁ କହିଲେ । କିନ୍ତୁ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ ନାମକ ତିନି ଏବ୍ରୀ ବ୍ୟକ୍ତି ସେହି ମୂର୍ତ୍ତିକୁ ପୂଜା କରିବା ପାଇଁ ମନା କରିଦେଲେ । ତେବେ ରାଜା ନବୂଖଦ୍ନିତ୍ସର ବହୁତ ରାଗିଗଲେ ଓ ଭାଟିକୁ “ସାତ ଗୁଣ ଉତ୍ତପ୍ତ କରିବା ପାଇଁ” ଓ ସେହି ତିନିଜଣଙ୍କୁ “ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ” ଫିଙ୍ଗିବା ପାଇଁ ଆଦେଶ ଦେଲେ । କିନ୍ତୁ ଜଣେ ସ୍ୱର୍ଗଦୂତ ସେମାନଙ୍କ ଜୀବନ ରକ୍ଷା କଲେ ।—ଦାନି. ୩:୧-୬, ୧୯-୨୮.
ଅନୁସନ୍ଧାନକାରୀମାନଙ୍କୁ ପ୍ରାଚୀନ ବାବିଲର ଅଞ୍ଚଳରେ ଯେଉଁ ଇଟା ମିଳିଲା, ସେଥିରୁ ବି ଏହା ପ୍ରମାଣିତ ହେଲା ଯେ ବାଇବଲରେ ଲେଖା କଥାଗୁଡ଼ିକ ସତ ଅଟେ । ସେମଧ୍ୟରୁ ଅନେକ ଇଟାରେ ରାଜାର ପ୍ରଶଂସା କରି କିଛି ଶବ୍ଦ ଲେଖା ହୋଇଥିଲା । ଏପରି ହିଁ ଗୋଟିଏ ଇଟାରେ ଲେଖାଅଛି, “ମୁଁ ହେଉଛି ବାବିଲର ରାଜା ନବୂଖଦ୍ନିତ୍ସର . . . ଏହି ରାଜମହଲ, ଏହି ରାଜନିବାସ ମୁଁ, ଏଠାର ମହାରାଜା ଏହାକୁ ତିଆରି କରିଛି . . . ମୋ ବଂଶ ଏଥିରେ ସବୁଦିନ ପାଇଁ ଶାସନ କରୁଥିବ ।” ଏହି କଥା ଦାନିୟେଲ ୪:୩୦ ପଦରେ ଲେଖାକଥା ସହ ମେଳ ଖାଏ । ସେଠାରେ କୁହାଯାଇଛି ଯେ ଥରେ ରାଜା ନବୂଖଦ୍ନିତ୍ସର ଅହଂକାରରେ କହିଲେ, “ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହି କି ସେହି ମହତୀ ବାବିଲ ନୁହେଁ ?”